ହ୍ୱାଟ୍ସଆପ୍ ଜରିଆରେ ପେମେଣ୍ଟ କରି ପାରିବେ ୧୦ କୋଟି ଭାରତୀୟ

ନୂଆଦିଲ୍ଲୀ,ଏଜେନ୍ସି: ନାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ପକ୍ଷରୁ ଅନ୍‌ଲାଇନ୍ ପେମେଣ୍ଟ ପାଇଁ ହ୍ୱାଟ୍ସଆପରେ ୟୁପିଆଇ ୟୁଜର୍ସଙ୍କ ସଂଖ୍ୟା ବଢ଼ାଇଛି । ବର୍ତ୍ତମାନ ଏହି ସଂଖ୍ୟା ୧୦ କୋଟିକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ହ୍ୱାଟ୍ସଆପ୍ ୟୁପିଆଇରେ କେବଳ ୪ କୋଟି ଲୋକଙ୍କୁ ଅନୁମତି ମିଳିଥିଲା ।

୨୦୨୦ରେ ହ୍ୱାଟ୍ସଆପରେ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ ପ୍ରଥମେ ଅନୁମତି ମିଳିଥିଲା । ପ୍ରଥମେ ଏଥିରେ ୨ କୋଟି ଲୋକଙ୍କୁ ଅନୁମତି ମିଳିଥିଲାବେଳେ ପରେ ନଭେମ୍ବର ୨୦୨୧ ଏହାକୁ ୪ କୋଟିକୁ ବଢ଼ା ଯାଇଥିଲା ।

ଏହି ଅବସରରେ ହ୍ୱାଟ୍ସଆପ୍ ପେମେଣ୍ଟ୍ ଇଣ୍ଡିଆର ନିର୍ଦ୍ଦେଶକ ମନୀଷ ମାହାତ୍ମେ କହିଛନ୍ତି ଯେ ୟୁପିଆଇ ସିଷ୍ଟମ ସଂପୂର୍ଣ୍ଣ ସଫଳ ହୋଇଛି । ଏହାଦ୍ୱାରା ଗ୍ରାମାଞ୍ଚଳରେ ଡିଜିଟାଲରେ ଏବଂ ଆର୍ଥିକ ଅନ୍ତର୍ଭୁକ୍ତ ହେବା ଦ୍ୱାରା ଲୋକଙ୍କ ଜୀବନରେ ଉନ୍ନତି ଆସିବ । ତେବେ ଏନପିସିଆଇ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ସଂଖ୍ୟା ରେଗୁଲେଟ ନକରିବାକୁ ପରାମର୍ଶ ଦେଇଛି ହ୍ୱାଟ୍ସଆପ୍ । ଯେତେବେଳେ ହ୍ୱାଟ୍ସଆପ୍ କେବଳ ୪ କୋଟି ୟୁଜର୍ସ ୟୁପିଆଇ ବ୍ୟବହାର କରୁଥିଲେ ସେତେବେଳେ ପ୍ରତିମାସରେ ୨.୬ ମିଲିୟନ ଟ୍ରାଞ୍ଜାକସନ ହେଉଥିଲା । ସେହିଭଳି ମାର୍ଚ୍ଚ ତୁଳନାରେ ଗତ ବର୍ଷ ଅକ୍ଟୋବରରେ ୨୪୦ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିଲା ।

ଏନପିସିଆଇର ଡାଟା ଅନୁଯାୟୀ ମାର୍ଚ୍ଚ ମାସରେ ପ୍ରାୟ ୫ ବିଲିୟନ ଟ୍ରାଞ୍ଜାକ୍‌ସନ ହୋଇଥିଲା ଯେଉଁଥିରେ କେବଳ ହ୍ୱାଟ୍ସଆପ୍ ପେ ମାଧ୍ୟମରେ କେବଳ ୨.୫୪ ମିଲିୟନ ଟ୍ରାଞ୍ଜାକ୍ସନ ହୋଇଥିଲା । ମାର୍ଚ୍ଚ ମାସରେ ଫୋନ ପେ ପାଖରେ ୪୭ % ମାର୍କେଟ ଶେୟାର ରହିଥିବାବେଳେ, ଗୁଗଲ ପେ ପାଖରେ ୩୪%, ପେଟିଏମ ପାଖରେ ୧୫.୪ %, ଆମାଜନ ପେ ପାଖରେ ୧.୪୧% ଏବଂ ହ୍ୱାଟ୍ସଆପ୍ ପେ ପାଖରେ ୦.୦୪ ପ୍ରତିଶତର ମାର୍କେଟ ଶେୟାର ରହିଛି । ଅନ୍ୟାନ୍ୟ ପ୍ଲାଟଫର୍ମ ପାଖରେ ୨ % ମାର୍କେଟ ସେୟାର ରହିଥିଲା ।