ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଗନ୍ଧରାବନ୍ଧ ଗାଁ’ରେ ଥିବା ଚାରା ଉତ୍ପାଦନ କେନ୍ଦ୍ର ଠାରେ ଆଜି ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ଚକ୍ରଧର ଜାନୀ, ସମ୍ପାଦକ ମନୋରଞ୍ଜନ ଭୋଇ, କୋଷାଧ୍ୟକ୍ଷ ଅଚ୍ୟୁତ ଭୋଇ, ଉପଦେଷ୍ଟା ଶରତ ଚନ୍ଦ୍ର ସିଂ ଭୋଇ, ସମ୍ପଦ ଭୋଇ, ନେତ୍ରମଣି ଭୋଇ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମାଜ କିପରି ଭାବେ ଉନ୍ନତି ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।