ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ବରଗାଁରେ ସମ୍ବିଧାନ ନିର୍ମାତା ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସମାଜସେବୀ ତପି କୁମ୍ଭାରଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଲକ୍ ଉପାଧ୍ୟକ୍ଷ ଗୁଣସାଗାର ମାଝୀ, ବଳଦେବ କୁମ୍ଭାର, ବିନୋଦ ନାଗ, ମକରଧଜ ତାଣ୍ଡି, ପ୍ରୀତିସାଗର ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।
ପ୍ରଥମେ ମହାତ୍ମା ବୁଦ୍ଧ ଓ ଭାରତ ରତ୍ନ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବୁଦ୍ଧ ବନ୍ଦନା କରିଥିଲେ। ପରେ ଅତିଥି ମାନେ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଭାରତୀୟ ସମ୍ବିଧାନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ। ସମାଜସେବୀ ବିରେନ ସାଗର ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ତପି କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।