ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ରେ ଆଜି ଦେଶର ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ପାଟଣାଗଡ଼ ଧୂମାଭଟା ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ବଲାଙ୍ଗିର ଲୋକସଭା ସଦସ୍ୟ ଶ୍ରୀମତି ସଂଗୀତା ସିଂଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ବିଜେପିର କର୍ମୀମାନେ ଯୋଗଦେଇଥିଲେ।