Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭବାନୀପାଟଣାରେ ମହାସମାରୋହରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭବାନୀପାଟଣାରେ ମହାସମାରୋହରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ଭବାନୀପାଟଣା,ଏନ୍ଏନ୍ଏସ୍: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ. ବିଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସ୍ମୃତିସଭା ଓ ଆଲୋଚନା ପୂର୍ବକ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ସମ୍ମାନିତ ଅତିଥି ରୂପେ ଡ. ଶ୍ରବଣା ବିବେକଏମ୍, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ, ସୋମେଶ ଉପାଧ୍ୟାୟ, କଳାହାଣ୍ଡି ପି ଡି ଡିଆରଡିଏ, ଡ. ବିଶ୍ୱଜିତ୍ ଦାସ, ଭବାନୀପାଟଣାଉପ ଜିଲ୍ଲାପାଳ, ସଂଯୁକ୍ତା ବେହେରା, ଅଧକ୍ଷା, ପୌର ପରିଷଦ, ଭବାନୀପାଟଣା ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ରୂପେ ଶ୍ରୀ ଭବାନୀ ଶଙ୍କର ନିଆଲ, ଅଧ୍ୟକ୍ଷ, ଡ ଆମ୍ବେଦକର ଫାଉଣ୍ଡେସନ ତଥା ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ, ସତ୍ୟ ସାଇ ବିଦ୍ୟା ମନ୍ଦିର ଯୋଗ ଦେଇଥିଲେ। ସଭାରେ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।
ଜୟନ୍ତୀ ପାଳନ ଅବସରରେ ସକାଳ ୭ଟା ୩୦ରେ ପ୍ରଶାସନ ତରଫରୁ ଆୟୋଜିତ ନକ୍ଟିଗୁଡା ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପ୍ରତିମୂର୍ତ୍ତିରେ ଅତିଥିଗଣ ଓ ଟାଉନ୍ ହାଇସ୍କୁଲ, ବ୍ରଜ ମୋହନ ହାଇସ୍କୁଲର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନରୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ସେଭଳି ରେଲୱେ ଷ୍ଟେସନ ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ପୁଲିସ ହାଇସ୍କୁଲର ଛାତ୍ରଛାତ୍ରୀ ମାଲ୍ୟାର୍ପଣ କରିଥିଲେ।

ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ. ଗାଭାଲି ଉପସ୍ଥିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନ ଓ ଶିକ୍ଷା ପ୍ରତି ନିଷ୍ଠାକୁ ପାଥେୟ କରି ଜୀବନରେ କିଛି ହାସଲ କରିବାକୁ ହେଲେ ଏହି ମହାପୁରୁଷଙ୍କ ଆତ୍ମଜୀବନୀ ପଠନ ପୂର୍ବକ ତାଙ୍କର ନୀତିକୁ ଅନୁଧ୍ୟାନ କରିବାକୁ କହିଥିଲେ। ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ଗଣ ନିଜ ଅଭିଭାଷଣରେ ଆମ୍ବେଦକରଙ୍କ ଅସାଧରଣ ବ୍ୟକ୍ତିତ୍ଵ, ସମାଜ ସଂସ୍କାରକ, ରାଜନୈତିକ, ପାଣ୍ଡିତ୍ୟ, ସାମାଜିକ ନ୍ୟାୟ, ମହିଳାଙ୍କ ଅଧିକାର, ସାମାଜିକ ଗଣତନ୍ତ୍ର ଓ ସମ୍ବିଧାନ ପ୍ରଣୟନ ଉପରେ ମତରଖି ତାଙ୍କର ଦେଶ ପ୍ରତି ମହାନ୍ ଅବଦାନକୁ ସ୍ମରଣ କରିଥିଲେ।

ଏହି ଉପଲକ୍ଷେ ଗତ ୧୨ ତାରିଖ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ଗଣମାଧ୍ୟମ ପ୍ରିତିନିଧି, ବିଭିନ୍ନ ଅନୁଷ୍ଠାନ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ, ଯାଇ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ହରିଜନ କଲ୍ୟାଣ ସମିତିର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭାର ଆୟୋଜନ, ସଞ୍ଚାଳନ ତଥା ଧନ୍ୟବାଦ୍ ଅର୍ପଣ କରିଥିଲେ।