ଗଛରେ ଉଦ୍ଧାର ହେଲା ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ

ଉମରକୋଟ,ଏନ୍ଏନ୍ଏସ୍: ତେହେରା ଗାଁ ନିକଟ ଏକ ଗଛରେ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହି ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ବିବାହିତା ମହିଳା ଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ଏହି ୩ ଜଣ ଯୁବତୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।