ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଭାରତୀୟ ଗାର୍ଲଫ୍ରେଣ୍ଡ ବିନୀ ରମନଙ୍କୁ ମାର୍ଚ୍ଚ ୧୮ରେ ବିବାହ କରିଥିଲେ । ହେଲେ ସେ ବିବାହ ଈସାଇ ରତିନୀତି ଅନୁସାରେ ହୋଇଥିଲା । ଆଉ ଆଜି ମ୍ୟାକ୍ସୱେଲ ଓ ବିନୀ ତାମିଲ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଉକ୍ତ ଭିଡିଓରେ ମ୍ୟାକ୍ସୱେଲ ଫୁଲମାଳା ହାତରେ ଧରି ନାଚୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ବିନୀ ମଧ୍ୟ ମ୍ୟାକ୍ସୱେଲଙ୍କ ପାଖକୁ ଠୁମକା ଲଗାଇ ପହଂଚିଛନ୍ତି । କ୍ରିକେଟରଠୁ ଆରମ୍ଭ କରି ଆଇପିଏଲ ଟିମ୍ ପର୍ଯ୍ୟନ୍ତ ସମସ୍ତେ ମ୍ୟାକ୍ସୱେଲଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି ।