ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ୩୦ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହେବ । କରୋନା ମହାମାରୀ ଯୋଗୁ ଲଗାତାର ୨ ବର୍ଷ ହେବ ଏହି ଯାତ୍ରା ଉପରେ ରୋକ ଲଗାଯାଇଥିଲା । ୪୩ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରା ସମୟରେ ଜମ୍ମୁ-କଶ୍ମୀର ପ୍ରଶାସନ ଓ ଶ୍ରଦ୍ଧାଳୁଙ୍କୁ କୋଭିଡ ସମ୍ବନ୍ଧିତ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ।
ଅମରନାଥ ଯାତ୍ରାରେ ଯିବା ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ନାଁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ସେଠାକାର ପାଣିପାଗ ହିସାବରେ ଗରମ ପୋଷାକ, ଟ୍ରାକିଂ କୋର୍ଟ, ଟର୍ଚ୍ଚ, ଗ୍ଲୋବ୍ସ, ଜ୍ୟାକେଟ, ମଙ୍କି କ୍ୟାପ୍ ଓ ଗ୍ଲୋବ୍ସ ସାଥୀରେ ନେବାକୁ ପଡ଼ିବ । ଏଥିସହିତ ସେଠାକାର ପାଣିପାଗ ହଠାତ୍ ବଦଳୁଥିବାରୁ ଛତା, ରେନିକୋଟ ଓ ୱାଟରପ୍ରୁଫ ଜୋତା ମଧ୍ୟ ରଖିବାକୁ ପଡ଼ିବ ।