ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ବନ୍ତ ଥାନା ତ୍ରିକୋଣାରେ ବୋମା ଫାଟି ୩ ନାବାଳିକା ଗୁରୁତର ଆହତ ହୋଇଯାଇଛନ୍ତି। ଖେଳିଲା ବେଳେ ଅତିରିକ୍ତ ବ୍ୟାଗ୍ରେ ବୋମା ଥିବା ବେଳେ ଏହା ଫାଟିବା କାରଣରୁ ଘଟଣାସ୍ଥଳରେ ୩ ଜଣ ନାବାଳିକା ଗୁରୁତର ଆହାତ ହୋଇଛନ୍ତି।
୩ ନାବାଳିକା ମଧ୍ୟରେ ୨ ଜଣ ଭଉଣୀ ଥିବା ସୂଚନା ମିଳିଛି। ଗୁରୁତର ୩ ଜଣଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ସ୍ଥାନାନ୍ତରଣ କରାଯାଇଛି। ଏହି ଅଘଟଣ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କେଉଁଠି ଏହି ବ୍ୟାଗ୍ ଆସିଲା ? କିଏ ଆଣି ଏହି ବ୍ୟାଗ୍ ଥୋଇଛି ଏବଂ ଉଦ୍ୟସ କଣ ରହିଛି? ସମସ୍ତ ପ୍ରକାର ଛାନଭିନ୍ ଆରମ୍ଭ କରିଦେଇଛି ପୁଲିସ। ସେହି ଆଖ ପାଖ ଦୋକାନରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୁଲିସ।