ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି। ସିଝୁଛି ସାରା ଓଡିଶା। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବେଳେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ ବେଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆଜି ରାଜ୍ୟର ୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବେଳ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତ୍ତନ ହେବନି। ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମାତ୍ର ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଝାରସୁଗୁଡ଼ାରେ ସୋମବାର ଦିନ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀରେ ପହଞ୍ଚିଥିବା ବେଳେ ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ ସହରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସେହିପରି ବାରିପଦାରେ ୩୯ ଡିଗ୍ରୀ, ତାଳଚେରରେ ୩୮ ଡିଗ୍ରୀ, ସମ୍ବଲପୁରରେ ୩୮.୯ ଡିଗ୍ରୀ, ସୁନ୍ଦରଗଡରେ ୩୮ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ଭୁବନେଶ୍ୱରରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି।