ଦେବଗଡ଼,ଏନ୍ଏନ୍ଏସ୍: ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଦେବଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରଚାର ଆରମ୍ଭ କରିଥିବା ବେଳେ ବିଭନ୍ନ ଦଳୀୟ କର୍ମୀ ଓ ଅସାମାଜିକ ବ୍ୟକ୍ତିତ୍ୱଙ୍କ କାର୍ଯ୍ୟ କଳାପ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି ଦେବଗଡ଼ ଥାନା ପୁଲିସ। ଆଜି ପୂର୍ବାହ୍ଣରେ ଆଦର୍ଶ ଥାନା ପରିସରରୁ ଅତିରିକ୍ତ ଏସପି ଆଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଥାନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ପୁଲିସ ଏକ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହ ସହରର ପ୍ରତ୍ୟେକ ସାହି ଗଳିରେ ନିଜ ଉପସ୍ଥିତି ଜାହିର କରିଛନ୍ତି।
