କିଭରେ କଡ଼ାକଡ଼ି କର୍ଫ୍ୟୁ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି୨୦ ଦିନରେ ପହଂଚିଛି । ୟୁକ୍ରେନର ରାଜଧାନୀ କିଭ ଉପରେ ବଢ଼ୁଥିବା ଆକ୍ରମଣ ସହ ଯୁଦ୍ଧ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି । ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୫ ରାତି ୮ଟାରୁ ୧୭ ସକାଳ ପର୍ଯ୍ୟନ୍ତ ଶକ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ କେବଳ କୌଣସି ବୋମା ଆଶ୍ରୟସ୍ଥଳୀକୁ ଯାଇପାରିବେ । କିଭ ମେୟର ବିତାଲୀ କ୍ଲିଚକୋଙ୍କ ମୁତାବକ ଆଜିର ଦିନ ଖୁବ୍ କଠିନ ।

ସୂଚନାଯୋଗ୍ୟ, ଋଷ ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ବୋମା ବର୍ଷା କରୁଛି । ଅନ୍ୟପଟେ ୟୁକ୍ରେନ ମଧ୍ୟ ଋଷ ଆକ୍ରମଣର ଜବାବ ଦେଉଛି ।