ଲୋକଙ୍କ ଗୁହାରି ଶୁଣିଲେ ନବ ନିର୍ବାଚିତ ସରପଞ୍ଚ ସୁବ୍ରତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୁବ୍ରତ ନାଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ନାଗ ଦାୟିତ୍ୱ ସମ୍ଭାଳିବା ପରେ ଦିନ ରାତି ଖାତିର ନକରି ଘରକୁ ଘର ଯାଇ ଲୋକଙ୍କ ସମସ୍ୟା ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ପୂର୍ବରୁ ସହରରେ ପାଣିକୁ ନେଇ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ସମସ୍ୟାର ସମାଧାନ କରିଛନ୍ତି । ଏଥିସହିତ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ ଖୁବଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ନାଗ ପ୍ରତିଶ୍ରୁତି ଦେଇଛନ୍ତି ।