ଋଷ ଓ ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୯ ଦିନରେ ପହଂଚିଛି । ଏଭଳି ସ୍ଥିତିରେ ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଉଭୟ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ବର୍ତ୍ତମାନ ସୁଦ୍ଧା ହୋଇଥିବା ୩ଟି ବୈଠକରେ କୌଣସି ପରିଣାମ ଆସି ନଥିଲା । ଆଜି ହେବାକୁ ଥିବା ବୈଠକରେ ଯଥାଶୀଘ୍ର ଯୁଦ୍ଧ ରୋକିବାକୁ ୟୁକ୍ରେନ ଦାବି କରିପାରେ ।

ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କିଙ୍କ ସହଯୋଗୀ ମାୟଖାଇଲୋ ପୋଡୋଲୀକ କହିଛନ୍ତି ଯେ, ପୁଣିଥରେ ଭିଡିଓ କନଡ଼୍ୟେନ୍ସିଂ ଜରିଆରେ ଆଲୋଚନା ହେବ । ବଡ଼ ସଂଖ୍ୟାର ମୁଦ୍ରା ଉପରେ ନିରନ୍ତର ଧ୍ୟାନ ଦେବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଉଭୟ ଦେଶ ମଧ୍ୟରେ ତୁର୍କୀର ଏଣ୍ଟାଲ୍ୟା ସହରରେ ଆଲୋଚନା ହୋଇଥିଲା । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ ଏବଂ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦମୟେତ୍ରୋଙ୍କ ମଧ୍ୟରେ ତ୍ରିପକ୍ଷୀୟ ଆଲୋଚନା ହୋଇଥିଲା । ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାର କୌଣସି ସୁଫଳ ମିଳିନଥିଲା ।