ପାଟଣାଗଡ ପୌର ନିର୍ବାଚନ ପାଇଁ ମଇଦାନରେ ୪ ଜଣ ଏନ୍‌ଏସି ଅଧ୍ୟକ୍ଷ ଓ ୫୦ଜଣ କାଉନସିଲର

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ଦିନରେ ଚେୟାରମ୍ୟାନ ପ୍ରାର୍ଥୀ ଭାବେରେ ଛିଡା ହୋଇଥିବା ସ୍ୱାଧିନ ପ୍ରାର୍ଥୀ ଡମ୍ବରୁ ମାଝୀ, ସେବୀକା ରାଜହଂସ ଓ ବେଦମତି ବିଶ୍ୱାଳ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାଯାଇଛି। ଏବେ ବିଜେପି ତରଫରୁ ବୁଡୁ ଶବର, କଂଗ୍ରେସରୁ ନିଳମଣୀ ଭୋଇ, ବିଜେଡିରୁ ମାନସୀ ବିଶ୍ୱାଳ ଓ ସ୍ୱାଧୀନ ଭାବେ ମାଞ୍ଚନମୁଣ୍ଡା ଚେୟାରମେନ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୫୦ ଜଣ କାଉନସିଲର ପଦବି ପାଇଁ ନିର୍ବାଚନ ମଇଦାନର ଥିବା ଏନ୍‌ଏସି ନିର୍ବାଚନ ଅଧିକାରୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କୁ ସୂଚନା ଦେଇଛନ୍ତି।