ସର୍ବାଧିକ ଭୋଟରେ ବିଜୟୀ ହେଲେ ଗୁଣସାଗର ମାଝୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ପଞ୍ଚାୟତରେ ସମିତି ସଭ୍ୟ ପ୍ରାଥିୀ ଭାବେ ଗୁଣ ସାଗର ମାଝୀ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଇଦାନରେ ଓହ୍ଲାଇଥିଲେ । ତେବେ ୪୮୧୭ ରୁ ୩୫୨୮ ଖଣ୍ଡ ସର୍ବାଧିକ ଭୋଟ ପାଇ ବିଜୟୀ ଲାଭ କରିଛନ୍ତି । ପୂର୍ବରୁ ୨ଥର ସମିତି ସଭ୍ୟ, ପ୍ରଥମଥର ଜିଲ୍ଲା ପରିଷଦ ପଦବୀରେ ରହି ଲୋକଙ୍କ ସେବା କରିବା ସହ ଅନେକ ଅଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରୀଯୁକ୍ତ ମାଝୀ ବିଜୟୀ ହେବା ପରେ ଶୁଭେଚ୍ଛାର ସୁଅ ଛୁଟୁଛି ।