ନୂଆଦିଲ୍ଲୀ: ସମଗ୍ର ଭାରତରେ ଏବେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ିଯାଇଛି । ଗୁଜରାଟର ଅହମ୍ମଦାବାଦ ଓ ସୌରାଷ୍ଟ୍ର ବଜାରରେ ଅମୂଲ ଗୋଲ୍ଡର ମୂଲ୍ୟ ପ୍ରତି ୫୦୦ ମିଲିଲିଟରକୁ ୩୦ ଟଙ୍କା ହେବ । ୫୦୦ ମିଲିକୁ ଅମୂଲ ତାଜା ୨୪ଟଙ୍କା ଓ ଅମୂଲ ଶକ୍ତି ୨୭ ଟଙ୍କାରେ ମିଳିବ । ଏହି ଦର ମାର୍ଚ୍ଚ ୧ରୁ ଲାଗୁ ହେବ ।
ଗୁଜରାଟ କପୋରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରସନ ବର୍ଷେ ପୁରିବା ପୂର୍ବରୁ କ୍ଷୀରର ମୂଲ୍ୟ ବଢ଼ାଇ ଦେଇଛି । ଏହାପୂର୍ବରୁ ଜୁଲାଇ ୨୦୨୧ରେ କ୍ଷୀରର ମୂଲ୍ୟ ବଢ଼ାଯାଇଥିଲା । ଉତ୍ପାଦନ ଲଗାଣର ମୂଲ୍ୟ ବଢ଼ିଥିବାରୁ କ୍ଷୀରର ଦର ବଢ଼ିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।