ଯୁଦ୍ଧ ମଧ୍ୟରେ ବେଲାରୁସ ବୋର୍ଡରରେ ଆରମ୍ଭ ହେଲା ଆଲୋଚନା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇତିମଧ୍ୟରେ ବେଲାରୁସରେ ଋଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ବାର୍ତ୍ତା ଆରମ୍ଭ ହୋଇଛି । ଏଥିରେ ଉଭୟ ଦେଶର ପ୍ରତିନିଧୀ ଉପସ୍ଥିତ ରହିଛନ୍ତି । ପୂର୍ବରୁ ଋଷ ବେଲାରୁସରେ ଆଲୋଚନା କରିବାକୁ ଚାହୁଁଥିଲା କିନ୍ତୁ ୟୁକ୍ରେନ ଖାରଜ କରି ଦେଇଥିଲା ।

ଆଲୋଚନା ଆରମ୍ଭ ହେବା ପୂର୍ବରୁ ଋଷ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି ଯେ, ଆମେ ଆତ୍ମସମର୍ପଣ କରିବୁନି କି ନିଜର ଗୋଟିଏ ଅଂଶ ଛାଡ଼ିବୁନି ।