ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତାକାଲି(ଶନିବାର)ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ହକି ପ୍ରୋ ଲିଗ୍ । ପ୍ରଥମ ମ୍ୟାଚ୍ରେ ଭାରତ ଓ ସ୍ପେନ୍ ମଧ୍ୟରେ ଲଢ଼଼େଇ ହେବ। ଏହି ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମରେ ଆଜି ଜୋରଦାର ଅଭ୍ୟାସ କରିଛନ୍ତି ଭାରତୀୟ ଦଳ।
ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି ଦୀପସାନ ତିର୍କି ଏବଂ ଶିଲାନନ୍ଦ ଲାକ୍ରା ସାମିଲ ଅଛନ୍ତି। ଘରୋଇ ମାଟିରେ ଭଲ ପ୍ରଦର୍ଶନ କରିବା ନେଇ ଦୁହେଁ ବେଶ ଆଶାବାଦୀ ଅଛନ୍ତି। ତେବେ କୋଭିଡ ସଂକ୍ରମଣ କାରଣରୁ ଷ୍ଟାଡିୟମ ଭିତରେ ଦର୍ଶକଙ୍କ ମ୍ୟାଚ୍ ଦେଖିବା ଉପରେ କଟକଣା ଜାରି କରାଯାଇଛି। ଖାଲି ଏହି ଟୁର୍ଣ୍ଣାମେଣ୍ଟ ନୁହେଁ ଆଗକୁ ଆସୁଥିବା ଅନ୍ୟ ମେଗା ଇଭେଣ୍ଟ ପାଇଁ ମଧ୍ୟ ଦଳ ପ୍ରସ୍ତୁତି କରୁଥିବା କଥା କହିଛନ୍ତି ଉଭୟ ଓଡ଼ିଆ ଖେଳାଳି।