ଭୁବନେଶ୍ବର,ଏନ୍ଏନ୍ଏସ୍: ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମିଳିବ ଆୱାର୍ଡ। ଏନେଇ ଗଠନ ହୋଇଛି ବେଷ୍ଟ ବିଧାୟକ ଚୟନ କମିଟି। ଓଡିଶା ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏକ ୭ ଜଣିଆ କମିଟି।
ଏନେଇ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି। ବିଧାନସଭା ସଚିବଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କମିଟିର ଚେୟାରମ୍ୟାନ ରହିବେ ବାଚସ୍ପତି। ତାଙ୍କ ସହ ୭ ଜଣ ସଦସ୍ୟ ଏହି କମିଟିରେ ଅଛନ୍ତି।
କମିଟିରେ ସ୍ଥାନ ପାଇଥିବା ଅନ୍ୟ ସଦସ୍ୟ ହେଲେ ଉପ-ବାଚସ୍ପତି, ଦୁଇ ଜଣ ବର୍ତ୍ତମାନର ବିଧାୟକ, ଦୁଇ ଜଣ ପୂର୍ବତନ ବିଧାୟକ ଓ ଜଣେ ବରିଷ୍ଠ ସାମ୍ବାଦିକ ଏହି କମିଟିର ସଦସ୍ୟ ହୋଇଛନ୍ତି। ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ନରେନ୍ଦ୍ର କୁମାର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ କମିଟିରେ ସ୍ଥାନ ପାଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ଲୋକାଭିମୁଖୀ କାର୍ଯ୍ୟ, ବିଧାନସଭାରେ ତଥ୍ୟ ଭିତ୍ତିକ ପ୍ରସଙ୍ଗ ଉପସ୍ଥାପନା ଲାଗି ଏହି ଆୱାର୍ଡ ପ୍ରଦାନ କରାଯିବ।