ଜାମ୍ମୁ-କାଶ୍ମୀର: ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ଆତଙ୍କି ନିହତ

ଜାମ୍ମୁ-କାଶ୍ମୀର,ଏଜେନ୍ସି: ଆଜି ସକାଳେ ଜାମ୍ମୁ-କାଶ୍ମୀର ସୋପିଆନ ଅମ୍ସିପୋରା ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଆତଙ୍କୀଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ବିପୁଳ ପରିମାଣର ଅସ୍ତଶସ୍ତ୍ର ଏବଂ ଗୋଳିଗୁଳା ମଧ୍ୟ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।

ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରି ସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯାଉଥିବା କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି। ଶୋପିଆନ୍ ଜିଲ୍ଲାର ଆମିସିପୋରା ଅଞ୍ଚଳରେ ଆଜି ସକାଳୁ ଏକ ଏନକାଉଣ୍ଟର ଘଟିଥିଲା। ପୁଲିସ ଏବଂ ସୁରକ୍ଷା ବାହିନୀ ବର୍ତ୍ତମାନ ମଧ୍ୟ ଏଥିରେ ନିୟୋଜିତ ଥିବା ସୂଚନା ମିଳିଛି।