ଦେଓଗାଁରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦେଓଗାଁ ପଞ୍ଚାୟତର ଦେଓଗାଁ ଓ କଛାରପାଲି ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ପ୍ରଶାସନ ପିଙ୍କ ବୁଥ କରିଛି । ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ୍ ଦେବାକୁ ଆସୁଥୁବା ଯୁବ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଜିଲ୍ଲାର ଅନ୍ୟ ଅଞ୍ଚଳ ତୁଳନାରେ ଦେଓଗାଁ ବ୍ଲକରେ ରାଜନୈତିକ ଉଷ୍ମତା ଢେର୍ ଅଧିକ ରହିଛି । ବ୍ଲକର ୩୧୩ କେନ୍ଦ୍ରରେ ୭୫ହଜାର ମତଦାତା ୪୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୧୦୦ଟି ସମ୍ବେଦନଶୀଳ ଓ ୫୩ଟି ଅତି ସମ୍ବେଦନଶୀଳ ବୁଥ ଘୋଷଣା ହୋଇଛି । ୩୧୩ କେନ୍ଦ୍ରରେ ୧୨୫୩ କର୍ମଚାରୀ ଓ ୧୦୪ ରିଜର୍ଭ ଅଧିକାରୀ ନିୟୋଜିତ ହୋଇଛନ୍ତି । ଦିନ ୩ଟା ସୁଦ୍ଧା ସମସ୍ତ ବୁଥରେ ମତଦାନ ଶେଷ ହୋଇଥିବା ଜଣାପଡ଼ିଛି ।