ସଇଁନ୍ତଲା,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଗାଁ ଦାଣ୍ଡ ଉଠୁଛି ପଡୁଛି । ଆସନ୍ତା ୨୪ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଆଜି ପ୍ରଚାରର ଶେଷ ଦିନ । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ପଞ୍ଚାୟତରେ ସମିତି ସଭ୍ୟ ପ୍ରାଥିୀ ଭାବେ ଗୁଣ ସାଗର ମାଝୀ ଘରକୁ ଘର ଯାଇ ଭୋଟ ଭିକ୍ଷା କରଛନ୍ତି । ଏହାସହ ବିଜୟୀ ହେବା ପରେ ଗ୍ରାମାଞ୍ଚଳର ଉନ୍ନତି ଦିଗରେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ବୁଝାଇ ଥିଲେ । ଶ୍ରୀ ମାଝୀ ପୂର୍ବରୁ ୩୧ ନମ୍ୱର ଜୋନରେ ଜିଲ୍ଲା ପରିଷଦ ପ୍ରାଥିୀ ଭାବେ ବିଜୟୀ ହେବା ପରେ ଲୋକଙ୍କ ଅନେକ ବିକାଶ ଓ ଉନ୍ନତି କରିଛନ୍ତି । ସେ ୨ଥର ସମିତି ସଭ୍ୟ ପଦବୀ ଓ ବ୍ଲକ କଂଗ୍ରେସ ସଭାପତି ଭଳି ଅନେକ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ପୁଣିଥରେ ବିଜୟୀ ହେଲେ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।