ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗୀତରେ ଲିପ ସିଂକିଂଗ କରି ଭିଡିଓ ପ୍ରସ୍ତୁତ କରୁଥିବା ତଞ୍ଜାନିୟାର ସୋସିଆଲ ମିଡିଆ ଷ୍ଟାର କିଲୀ ପୋଲଙ୍କୁ ଭାରତ ବଡ଼ ସମ୍ମାନ ଦେଇଛି । ତଞ୍ଜାନିୟାସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ପୋଲକୁ ଡାକି ସମ୍ମାନିତ କରିଛି । ଭାରତୀୟ ଉଚ୍ଚ ଆୟୋଗ ବିନାୟା ପ୍ରଧାନ ଟ୍ୱିଟରରେ କିଲୀ ପୋଲଙ୍କ ସହ ଫଟୋ ପୋଷ୍ଟ କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।
କିଲୀ ପୋଲ ଭାରତୀୟ ଗୀତରେ ଲିପ ସିଂକିଂଗ କରି ସମଗ୍ର ବିଶ୍ୱରେ ପରିଚିତ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ଫ୍ୟାନ ଫଲୋଇଙ୍ଗ ରହିଛି । ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଫଲ୍ଲୋ କରୁଛନ୍ତି ।