ମାଲକାନଗିରି,ଏନ୍ଏନ୍ଏସ୍: ରକ୍ତମୁଖା ଲାଲବାହିନୀ। ଛତିଶଗଡ଼ ବିଜାପୁରରୁ ମାଓବାଦିଙ୍କ ମୂଳ ଉତ୍ପାଟନ କରିବା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ଗୋଟିଏ ପରେ ଗୋଟିଏ ବଡ଼ ଅପରେସନ୍ କରାଯାଉଥିବା ବେଳେ ଆଜି ତିମାପୁର ଜଙ୍ଗଲରେ ଘଟିଛି ବଡ଼ ଅଘଟଣ।
ସୂଚନା ଅନୂସାରେ ଆଜି ଏହି ଜଙ୍ଗଲରେ ମାଓବାଦି କ୍ୟାମ୍ପ ଥିବା ନେଇ ସୂଚନା ମିଳିବା ପରେ ପୋଲିସ୍ ପକ୍ଷରୁ ଏକ ବଡ଼ ଧରଣର କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା। ଯାହାପରେ ଉଭୟ ପୋଲିସ୍ ଓ ମାଓବାଦି ମୁହାଁମୁହିଁ ହୋଇଥିଲେ।
ମାତ୍ର ଏହି ଗୁଳି ବିନିମୟରେ ଏକାଧିକ ମାଓବାଦି ନିହତ ହୋଇଥିବାର ସୂଚନା ରହିଥିବା ବେଳେ ମାଓବାଦିଙ୍କ ଗୁଳିରେ ଜଣେ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡର ସହିଦ୍ ହୋଇଥିବା ସୂଚନା ମିଳିଛି।
ତେବେ ଏହି ଗୁଳିବିନିମୟରେ ଆଉ ଜଣେ ଯବାନ୍ ଗୁରୁତର ଭାବରେ ଆହାତ ହୋଇଥିବା ମଧ୍ୟ ଜଣାପଡିଛି। ଏହି ଅପରେସନ୍ ବାବଦରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଜାପୁର ଏସପି କମଳଲୋଚନା କଶ୍ୟପ।