ବାଙ୍ଗାଲୁରୁ: ଆଇପିଏଲ ୨୦୨୨ର ମେଗା ନିଲାମି ପ୍ର୍ରକ୍ରିୟା ଜାରି ରହିଛି । ଇତିମଧ୍ୟରେ ଦ୍ରୁତ ବୋଲର ଦୀପକ ଚାହରଙ୍କ ପାଇଁ ଦିଲ୍ଲୀ, ରାଜସ୍ଥାନ, ଚେନ୍ନାଇ ଓ ହାଇଦ୍ରାବାଦ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ଶେଷରେ ଦୀପକଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟି ଟଙ୍କାରେ କିଣିଛି । ଏଥିସହିତ ଦୀପକ ଆଜି ଦିନର ଦ୍ୱିତୀୟ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଚେନ୍ନାଇ ପ୍ରଥମଥର ପାଇଁ କୌଣସି ଖେଳାଳି ପାଇଁ ଏତେ ବଡ଼ ରକମ ଲଗାଇଛି । ଏହାପୂର୍ବରୁ ବି ସେ ଚେନ୍ନାଇ ଟିମରେ ସାମିଲ ଥିଲେ ।