ନୂଆଦିଲ୍ଲୀ: ବଜାଜ ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ଓ ବଜାଜ ମୋଟର୍ସର ସଂସ୍ଥାପକ ରାହୁଲ ବଜାଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ବଜାଜ ଗ୍ରୁପ ଏକ ବୟାନ ଜାରି କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଛି ।
ସୂଚନାଯୋଗ୍ୟ, ରାହୁଲ ବଜାଜ ୧୯୩୮ ଜୁଲାଇ ୧୦ରେ ଏକ ମାରୱାଡି ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୬୫ରେ ବଜାଜ ଗ୍ରୁପର ଦାୟିତ୍ୱଭାର ହାତକୁ ନେଇଥିଲେ । ସେ ପାଖାପାଖି ୫୦ ବର୍ଷ ପର୍ଯ୍ୟନ୍ତ ବଜାଜ ଗ୍ରୁପର ଚେୟାରମ୍ୟାନ୍ ଥିଲେ । ତାଙ୍କ ନେତୃତ୍ୱରେ ବଜାଜ ଅଟୋରେ ଟର୍ଣ୍ଣଓଭର ୭.୨ କୋଟିରୁ ୧୨ ହଜାର କୋଟିରେ ପହଂଚିଥିଲା । ଗତବର୍ଷ ଏପ୍ରିଲରେ ବଜାଜ ଅଟୋର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ । ୨୦୦୧ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।