ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଜାତୀୟ ରାଜପଥ ୨୬ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଶିଷକେଲା ଗାଁର ସାଧୁ ଭୋଇ(୫୦) । ମିଳିଥିବା ରିପୋର୍ଟ ମୁତାବକ, ସାଧୁ ଆଜି ସକାଳେ ନିଜ ଝିଅ ଘର ସଇଁନ୍ତଲାକୁ ଆସିଥିବାବେଳେ କୌଣସି କାର୍ଯ୍ୟ ପାଇଁ ବନ ବିଭାଗ କାର୍ଯ୍ୟାଳୟ ଦେଇ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଉକ୍ତ ବ୍ୟକ୍ତିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକେ ଦେଖିବା ପରେ ଆମ୍ବୁଲାନ୍ସ ଓ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।