ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଲାଞ୍ଚ ନେବା ବେଳେ ଧରାପଡିଲେ ବ୍ଲକ୍ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। ଦିନକୁ ଦିନ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ବଢି ବଢି ଚାଲିଛି ଆଉ ବିନା ପିସିରେ ଏଠି ସରକାରୀ ବାବୁ ମାନଙ୍କ ପେନ୍ ଚାଲୁନାହିଁ।

ଆଜି ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବ୍ଲକ୍ ଶିକ୍ଷା ଅଧିକାରୀ। ଜଣେ ଶିକ୍ଷକଙ୍କ ଏରିଅର ବିଲ କରାଇଦେବା ନେଇ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବିଇଓ ବ୍ରଜ କୁମାର ନାୟକ।

ଭିଜିଲାନ୍ସ ହାତରେ ଧରା ପଡିବା ପରେ ବିଇଓଙ୍କ ଅଫିସ୍ ଓ ଘରେ ଏକକାଳୀନ ଭାବରେ ଚଢାଉ ଜାରି ରହିଛି।