ରାହୁଲ ହେଉଛନ୍ତି କଂଗ୍ରେସର ‘ରାହୁ କାଳ’: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଜାରି ରହିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ନିର୍ବାଚନ ରାଲିରେ ବିଭିନ୍ନ ରାଜନୈତିକ ଦଳ ପରସ୍ପରକୁ ଆରୋପ-ପ୍ରତ୍ୟାରୋପ କରୁଥିବାବେଳେ ଏହି ଧାରା ସଂସଦରେ ମଧ୍ୟ ଦେଖିବାକୁ ମିଳିଛି । ଏମିତି ହିଁ ଆରୋପ-ପ୍ରତ୍ୟାରୋପ ଆଜି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପରେ ଚର୍ଚ୍ଚା କରୁଥିବା ସମୟରେ ଦେଖିବାକୁ ମିଳିଛି ।

ବିରୋଧୀ ଦଳ ନେତା ଅମୃତ କାଳ ଉପରେ ଟିପ୍ପଣୀ କରିବାକୁ ଯାଇ ‘ଏହା ଅମୃତ କାଳ ନୁହେଁ ବରଂ ରାହୁ କାଳ’ କହିଥିଲେ । ଏହାର ଜବାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସକୁ ଟାର୍ଗେଟ କରିଥିଲେ । ଯେପର୍ଯ୍ୟନ୍ତ କଂଗ୍ରେସରେ ରାହୁଲ କାଳ ରହିବ ସେପର୍ଯ୍ୟନ୍ତ ପାର୍ଟିର ରାହୁ କାଳ ଶେଷ ହେବ ନାହିଁ ବୋଲି ସୀତାରମଣ କହିଛନ୍ତି ।