ନୂଆଦିଲ୍ଲୀ: ଦିଲ୍ଲୀର ବବାନା ଅଞ୍ଚଳରେ ଜେଜେ କଲୋନୀର ୨ଟି ବିଲ୍ଡିଂ ଖସି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ପୁଲିସର କହିବା ମୁତାବକ, ଘଟଣାଟି ପାଖାପାଖି ୨ଟା ୪୫ ମିନିଟରେ ଘଟିଛି । ଏଠାରେ ରାଜୀବ ରତନ ଆବାସ ଯୋଜନା ଅନ୍ତର୍ଗତ ୩୦୦ରୁ ୪୦୦ ଫ୍ଲାଟ୍ ନିର୍ମାଣ କରାଯାଇଛି ।