ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ ୧୩ ନମ୍ବର ଜୋନର ବିଜେଡି କର୍ମୀଙ୍କୁ ନେଇ କୁଲୁତାପଡ଼ାସ୍ଥିତ ଶୁଲିଆ ପୀଠର ବିଜାମୁଣ୍ଡା ଏମାଇପି ନିକଟରେ ୬ଟି ପଞ୍ଚାୟତର ବିଜେଡି କର୍ମୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁଶୀଳ ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ଅର୍କେଶ ନାରାୟଣ ସିଂଦେଓ ଯୋଗଦେଇ ପାଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁମତି ସେଠାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ କର୍ମୀଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେଓଗାଁ ବ୍ଲକର ୪ ପୂର୍ବ ଅଧ୍ୟକ୍ଷ ବିଜୟ ସାହୁ, ଲକ୍ଷଣ ମେହେର, ଦିଲ୍ଲୀପ ମହାନ୍ତି ଓ ରୀନା ମେହେର ଯୋଗଦେଇ କିଭଳି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବେ ସେହି ଦିଗରେ ଆଲୋଚନା କରିଥିଲେ । ଏଥିରେ ବରିଷ୍ଠ ନେତା ଉମାଶଙ୍କର ସିଂ ଓ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୌଡ଼ଗୋଠ, ଅର୍ଜୁନପୁର, ବଡ଼ବାହାଲ, କୁଳୁତା ପଡ଼ା, ଘୁଡୁକାପଳା ଓ ମକୁନ୍ଦପୁର ପଞ୍ଚାୟତର ବିଜେଡି କର୍ମୀ ସାମିଲ ହୋଇଥିଲେ।