ନୂଆଦିଲ୍ଲୀ,ଏଜେନ୍ସି: ଫେବୃଆରୀ ୧୯ ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପୁରୀରେ ଦୁଇ ଦିନିଆ ଗସ୍ତ କରିବାର ସମ୍ଭାବନା ରହିଛି। ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଫେବୃଆରୀ ୧୯ ରେ ପୁରୀରେ ପହଞ୍ଚି ଶ୍ରୀ ଚୈତନ୍ୟ ଗୌଡିଆ ମଟ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଫେବୃଆରୀ ୨୦ ରେ ଫେରିବେ।
ଏହି ଦୁଇ ଦିନିଆ ଗସ୍ତ ସମୟରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ପୁରୀ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ନିଶ୍ଚିତ କରି ନାହିଁ।