ବଢୁଛି ରାଜା କରଣର ଅଡୁଆ, ଏଯାଏଁ ଦାଏର ହେଲାଣି ୪ ମାମଲା

କଟକ,ଏନ୍ଏନ୍ଏସ୍: ସରକାରୀ ଘର ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ରାଜା କରଣକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା ଜାରି ରଖିଛି ପୁଲିସ। ସିଏମସି ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ପୁଲିସ ଗ୍ରହଣ କରିଛି। ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ନୋଟାରୀ କରିଥିବା ବ୍ୟକ୍ତିଙ୍କ ସମେତ ଏକାଧିକଙ୍କୁ ପଚରା ଉଚରା ପାଇଁ ଡକାଯିବ ବୋଲି ଏସିପି କହିଛନ୍ତି।

ତେବେ ଆଜି ରାଜା କରଣ ଅସୁସ୍ଥ ହେବାରୁ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି। ସେହିପରି ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହୋଇଛି। ନୋଟାରୀ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି।

ଏଥିସହ ଜେରା ସମୟରେ ରାଜା ନେଇଥିବା ଏକାଧିକ ବ୍ୟକ୍ତିଙ୍କୁ ମଧ୍ୟ ଅଗାମୀ ଦିନରେ ଡକାଯିବ ବୋଲି ଏସିପି କହିଛନ୍ତି। ଏପର୍ଯ୍ୟନ୍ତ ରାଜା ନାଁରେ ୩ଟି ମାମଲା ଥିବାବେଳେ ଏବେ ଆଉ ଗୋଟିଏ ମାମଲା ରୁଜୁ ହୋଇଛି।