ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ ଉପରେ ପ୍ରତିକ୍ରିୟା ରଖିଲା ବିଜେପି ମହାନଗରରାଜ୍ୟ By Nitidin On Feb 7, 2022 Share ଭୁବନେଶ୍ବର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ କଟକଣା କୋହଳ ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିକ୍ରିୟା। ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା ନିର୍ବାଚନ ପ୍ରଚାର କଟକଣାକୁ ସ୍ବାଗତ କଲା ବିଜେପି। ଆରମ୍ଭରୁ ଏହି ପ୍ରସଙ୍ଗରେ ଦାବି ରଖିଥିଲା ବିଜେପି। କାରଣ କଟକଣା କାରଣରୁ ଅସୁବିଧା ବିଜେପି ବି ଭୋଗିଥିଲା। ଏଣୁ ଏହା ସ୍ବାଗତ ଯୋଗ୍ୟ ଓ କୋଭିଡ ପାଇଁ ଜାରି ହୋଇଥବା ନିୟମ ମାନିବ ଦଳ ବୋଲି ଲେଖାଶ୍ରୀ କହିଛନ୍ତି। ସେହିପରି ନିର୍ବାଚନ ଆୟୋଗ କଟକଣା କୋହଳ କଲେ ଠିକ୍ ଅଛି ହେଲେ ଯେତେବେଳେ କଟକଣା ଥିଲା ସେତେବେଳେ ଶାସକ ଦଳ ନିୟମ ମାନୁ ନଥିବା କଥା ସୁରଥ ବିଶ୍ଵାଳ କହିଛନ୍ତି। ତେବେ ରାଜ୍ୟ ନିର୍ବାଚନ ଆୟୋଗ ଏହା ଉପରେ କୌଣସି ପଦକ୍ଷେପ ନେଉ ନଥିଲେ ବୋଲି ସୁରଥ କହିଛନ୍ତି। ଅନ୍ୟପଟେ ଶାସକ ଦଳ ପକ୍ଷରୁ ମନ୍ତ୍ରୀ ଓ ବିଧାୟକ ନିୟମକୁ ମାନୁ ନାହାନ୍ତି। ଆମେ କେବଳ ଡିଜିଟାଲ ପ୍ରଚାର କରୁଛୁ। Share