ପୁଣି ଭାଇରାଲ ପୁଷ୍ପା ସିନେମାର ଡାଇଲଗ୍, ସହରକୁ ସଫା ରଖିବାକୁ ବିଏମ୍‌ସିର ସଚେତନତା ଟ୍ବିଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଏଣିକି ଦିନ ହେଉ କି ରାତି ବାହାରେ ଅଳିଆ ପଡିବ ନାହିଁ ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟର ମାଧ୍ୟମରେ କୁହାଯାଇଛି। ତେବେ ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପାର ଏକ ଡାଇଲଗ ମାଧ୍ୟମରେ ଏହି ସୂଚନା ଦେଇଛି ବିଏମସି। ସବୁବେଳେ ଅଳିଆକୁ ଡଷ୍ଟବିନରେ ପକାଇବା ଲାଗି ବିଏମସି କହିଛି।

ଅନ୍ୟପଟେ ସହରକୁ ସଫା ରଖିବା ସହ ଅଳିଆକୁ ଡଷ୍ଟବିନ ଅବା ସଫେଇ କର୍ମଚାରୀଙ୍କୁ ଦେବାକୁ ବିଏମସି ଟୁଇଟ୍ କରି ଜଣାଇଛି । ତେଲୁଗୁ ଫିଲ୍ମ ପୁଷ୍ପାର କ୍ରେଜ୍ ଦିନକୁ ଦିନ ବଢୁଥିବାରୁ ବିଏମସି ଏଭଳି ଅଭିନବ ପ୍ରୟାସ କରିଛି । ସେହିପରି ପୂର୍ବରୁ ମଧ୍ୟ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନା କରିବା ଲାଗି ଏହି ସିନେମାର ଡାଇଲଗକୁ ଟୁଇଟ୍ କରାଯାଇଥିଲା ।