ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତରେ ଏକ ବାଲ୍ୟ ବିବାହ ପ୍ରଶାସନ ବନ୍ଦ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଜଣେ ନାବାଳିିକାର ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିବା ଚାଇଲ୍ଡ ଲାଇନ କଲ୍ୟାଣ ଖବର ପାଇଥିଲା । ପରେ ପ୍ରଶାସନର ସହାୟତାରେ ନାବାଳିକାର ଘରେ ପହଞ୍ଚି ବାପାମା’ଙ୍କୁ ବୁଝାଇ ବିବାହ ବନ୍ଦ କରିବାକୁ ସଫଳ ହୋଇଥିଲେ । ଏହି ସମୟରେ ଆଇସିଡିଏସ ସୁପରଭାଇଜର ମାଧବୀଲତା ମହାନନ୍ଦ, ଅଙ୍ଗନବାଡି କର୍ମୀ ପାରିଜାତ ତ୍ରିପାଠୀ, ଚାଇଲ୍ଡ ଲାଇନ ପାଟଣାଗଡ଼ ସବସେଣ୍ଟରର ଟିମ ଲିଡର ରଶ୍ମିମୟା ନାୟକ, ଆକାଶ ମେହେର ଓ ଲରମ୍ଭା ଥାନା ପୁଲିସ ଏସଆଇ କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୨ଦିନ ତଳେ ଜୁରିଆ ଗ୍ରାମରେ ଏକ ବାଲ୍ୟ ବିବାହକୁ ରୋବିକାରେ ପ୍ରଶାସନ ସଫଳ ହୋଇଥିଲା । ତେଣୁ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।