ଜେଏନୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ୀ

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ୟୁନିଭର୍ସିଟିର ନୂଆ କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ୀଙ୍କୁ ନିଯୁକ୍ତ କରାଯାଇଛି । ଖାସ୍ କଥାଟି ହେଲା, ଜେଏନୟୁର ସ୍ଥାପନା ପରଠୁ କେହି ମହିଳା କୁଳପତି ଭାବେ ନିଯୁକ୍ତ ହୋଇନଥିଲେ । ଶାନ୍ତିଶ୍ରୀ ପ୍ରଥମ ମହିଳା ଯାହାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଶାନ୍ତିଶ୍ରୀ ଧୁଲିପୁଡ଼ୀ ସାବିତ୍ରୀବାଇ ଫୁଲେ ପୁଣେ ୟୁନିଭର୍ସିଟିରେ ପ୍ରଫେସର ରୂପେ କାର୍ଯ୍ୟରତ ଥିଲେ । ସେଠାରେ ସେ ପଲିଟିକ୍ସ ଓ ପବ୍ଲିକ ଆଡମିନିଷ୍ଟ୍ରେସନ ପଢ଼ାଉଥିଲେ । ପ୍ରଫେସର ମମୀଡାଲା ଜଗଦୀଶ କୁମାରଙ୍କ ପରେ ପ୍ରଫେସର ଶାନ୍ତିଶ୍ରୀ କାର୍ଯ୍ୟଭାର ସମ୍ଭାଳିଛନ୍ତି ।