ଫେବୃଆରୀ ୯ରୁ ଓଏସ୍‌ଏସ୍‌ଟିଇଟି ପରୀକ୍ଷା, ଆଜିଠୁ ଡାଉନଲୋଡ କରିପାରିବେ ଆଡମିଟ୍ କାର୍ଡ

କଟକ,ଏନ୍ଏନ୍ଏସ୍: ଆସନ୍ତା ଫେବୃଆରୀ ୯ ତାରିଖରେ ହେବ ଓଏସ୍‌ଏସ୍‌ଟିଇଟି ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା।

ଏଥିପାଇଁ ସାରା ରାଜ୍ୟରେ ୩୩୮ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସକାଳ ୯ଟାରୁ ୧୧ଟା ୩୦ରେ ପେପର-୧ ପରୀକ୍ଷା ହେବ। ଅପରାହ୍ନ ୧ଟାରୁ ୩ଟା ୩୦ ଯାଏ ଚାଲିବ ପେପର-୨ ପରୀକ୍ଷା। ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଆଜି ସନ୍ଧ୍ୟାରୁ ଏହି ଆଡମିଟ କାର୍ଡ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।