ପଦ୍ମ ପୁରସ୍କାରରେ ଓଡ଼ିଶାର ୭: ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ୬ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ବର,ଏଜେନ୍ସି: କେନ୍ଦ୍ର ସରକାର ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଗତ ମାସରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ ବିପିନ ରାଓ୍ବତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୭ ଜଣ ପରିଚିତ ବ୍ୟକ୍ତିତ୍ବଙ୍କୁ ପଦ୍ମପୁରସ୍କାର ଲାଗି ମନୋନୀତ କରାଯାଇଛି। ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି।

ସେହିପରି  କ୍ରୀଡ଼ାବିତ ପ୍ରମୋଦ ଭଗତ (କ୍ରୀଡ଼ା), ଶ୍ରମଦ ବାବା ବଳିଆ (ସମାଜ ସେବା), ଆଦିତ୍ୟ ପ୍ରସାଦ ଦାସ (ବିଜ୍ଞାନ ଓ ଇଂଜିନିୟରିଂ), ଶ୍ୟାମାମଣି ଦେବୀ ( କଳା) ଓ  ନୃସିଂହ ପ୍ରସାଦ ଗୁରୁ (ସାହିତ୍ୟ ଓ ଶିକ୍ଷା)ଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ନେଇ ଘୋଷଣା କରାଯାଇଛି।

ଗତ ବର୍ଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପ୍ରଦାନ କରାଯିବ।  ଫଳରେ ଚଳିତ ବର୍ଷ ଓଡ଼ିଶାରୁ ୭ଜଣ ପ୍ରତିଭା ଦେଶର ଶ୍ରେଷ୍ଠ ବେସାମରିକ ପୁରସ୍କାର ଲାଭ କରିବାକୁ ଯାଉଛନ୍ତି।