ବାଲୁକାକଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ,ଏନ୍ଏନ୍ଏସ୍: ବାଲୁକା ଚିତ୍ରକଳାରେ ସାଧାରଣତନ୍ତ୍ର ଦିବସର ପ୍ରାକ୍‌ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୭୩ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ସେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି।

ବାଲୁକା କଳା ମାଧ୍ୟମରେ ଇଣ୍ଡିଆ ଗେଟ୍‌ର ଚିତ୍ରଣ କରିବା ସହିତ ତ୍ରିରଙ୍ଗାକୁ ସ୍ଥାନ ଦେଇଛନ୍ତି। ଏହିଭଳି ଭାବରେ ସେ ଭାରତ ବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। ବାଲୁକା କଳାର ଓସାର ୫ ଫୁଟ ରହିଛି। ପୁରୀର ବଳିଆପଣ୍ଡା ନିକଟସ୍ଥ ବେଳାଭୂମିରେ ନିର୍ମାଣ ହୋଇଛି ଏହି ବାଲୁକାକଳା।