ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ବହଲି ଗାଁ’ର ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି। ଶୁକ୍ରବାର ସକାଳରେ ଗାଁ’ର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସ ଘରେ ନିଆଁ ଲାଗିଯାଇଥିଲା ଫଳରେ ଘରଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ଗାଁ ଲୋକଙ୍କ କହିବା ଅନୁସାରେ ଘରେ ରୋଷେଇ କରୁଥିବା ସମୟରେ ନିଆ ଲାଗିଯାଇଥିଲା।
ଘରଭିତରେ ଥିବା ୩୦ ବସ୍ତା ଧାନ, ଚାଉଳ, ପନିପରିବା ଓ ପିନ୍ଧିବା ବସ୍ତ୍ର ସହିତ ବହୁତ ଟଙ୍କାର ଜିନିଷ ପତ୍ର ପୋଡ଼ିକି ପାଉଁଶ ହୋଇଯାଇଛି। ଖବରପାଇ ଦେଓଗାଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଘର ପୋଡ଼ି ପାଉଁଶ ହୋଇଥିବା ବ୍ୟକ୍ତି ଜଣଙ୍କ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ମାନସିକ ଚିନ୍ତାରେ ଅଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।