କିଏ କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ପୁଣି ଥରେ କରୋନା ମହାମାରୀ ମଧ୍ୟରେ ରାଜ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ବର୍ତ୍ତମାନ ରାଜ୍ୟରେ କରୋନା ମହାମାରୀ ପିକରେ ରହୁଥିବାରୁ ସାଧାରଣତନ୍ତ୍ର ଦିବସ ପାଳନ ନେଇ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି। ପତାକା ଉତ୍ତୋଳନରେ ମୁଖ୍ୟ ଅତିଥି ଓ କିଛି ଲୋକ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ କେଉଁ କେଉଁ ମନ୍ତ୍ରୀ ଓ ପ୍ରଶାସନ କେଉଁଠି ସାମିଲ ହେବେ ସେନେଇ ଆଜି ତାଲିକା ପ୍ରକାଶ ପାଇଛି।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ। ସେହିପରି କଟକରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନୟାଗଡ଼ରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୟୂରଭଞ୍ଜରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଡ଼ରେ ମନ୍ତ୍ରୀ ପଦ୍ମନାଭ ବେହେରା, ଅନୁଗୁଳରେ ମନ୍ତ୍ରୀ ପ୍ରତାପ ଜେନା, ସୁବର୍ଣ୍ଣପୁରରେ ମନ୍ତ୍ରୀ ଅରୁଣ କୁମାର ସାହୁ, କେନ୍ଦୁଝରରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୁନ୍ଦରଗଡ଼ରେ ମନ୍ତ୍ରୀ ଶୁଶାନ୍ତ ସିଂହ, ନୂଆପଡ଼ାରେ ମନ୍ତ୍ରୀ ନବ କିଶୋର ଦାସ, ଗଞ୍ଜାମରେ ମନ୍ତ୍ରୀ ଟୁକୁନି ସାହୁ, ମାଲକାନଗିରିରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଗତସିଂହପୁରରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପୁରୀରେ ମନ୍ତ୍ରୀ ରଘୁନନ୍ଦନ ଦାସ, ନବରଙ୍ଗପୁରରେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ କୋରାପୁଟରେ ମନ୍ତ୍ରୀ ତୁସାରକାନ୍ତୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ।

ଅନ୍ୟପଟେ ବ୍ରହ୍ମପୁର, ରାଉରକେଲା ଓ ଖୋର୍ଦ୍ଧାରେ ରୁଲାଲ ଡେଭଲପମେଣ୍ଟ କମିସନର ପତାକା ଉତ୍ତୋଳନ କରିବେ। ବଲାଙ୍ଗିର, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଗଜପତି, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।