କେପଟାଉନ,ଏଜେନ୍ସି: ତୃତୀୟ ଟେଷ୍ଟ ମ୍ୟାଚରେ ସାଉଥ ଆଫ୍ରିକା ଦଳ ୭ ୱିକେଟ ସହିତ ବିଜୟ ହାସିଲ କରିଛି। ଏଥିସହିତ ଟିମ୍ ୨-୧ରେ ସିରିଜ ହାତେଇ ନେଇଛି। ଭାରତ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ପାଳିରେ ୧୯୮ ରନ କରି ୨୧୨ ଲିଡ୍ ଦେଇଥିଲା। ଯାହାକୁ ସାଉଥ ଆଫ୍ରିକା ଟିମ୍ କିଗନ୍ ପିଟରସନକୁ ଅର୍ଦ୍ଧଶତକ ସହିତ ହାସିଲ କରିନେଇଛନ୍ତି। ପିଟରସନ୍ ୧୧୩ ବଲରେ ୮୨ ରନ୍ କରିଛନ୍ତି, ଯେଉଁଥିରେ ୧୦ଟି ଚଉକା ସାମିଲ ରହିଛି। ଏଥିସହିତ ରସ୍ସି ୱାନ ଡେର ଡୁସେନ ୪୧ ରନ ଓ ବବୁମା ୩୧ ରନ୍ ସହିତ ଅପରାଜେୟ ରହି ମ୍ୟାଚକୁ ଜିତାଇଛନ୍ତି।