ଟିକେଟ ନ ମିଳିବାରୁ କାନ୍ଦି ପକାଇଲେ ନେତା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ଧାରା ଆରମ୍ଭ ହୋଇଯାଇଛି। ଅନେକ ନେତା ଦଳ ବଦଳୁ ଥିବାବେଳେ ଆଉ କିଛି ଟିକେଟ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ବହୁଜନ ସମାଜବାଦୀ ପାର୍ଟି ନେତା ଅରଶଦ ରାଣା ଟିକେଟ ନ ମିଳିବା ଯୋଗୁ କ୍ୟାମେରା ସାମ୍ନାରେ କାନ୍ଦୁଥିବା ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନ ପାଇଁ ହୋଡିଂ ଲଗାଯାଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ଟିକେଟ ଦିଆଯାଇ ନଥିବା ଅରଶଦ ଦାବି କରିଛନ୍ତି।

ଆଶୁତୋଷ ରାଣା କାନ୍ଦି କାନ୍ଦି କହିଛନ୍ତି ଯେ, ୟୁପି ନିର୍ବାଚନରେ ପାର୍ଟି ପକ୍ଷରୁ ମୋତେ ଟିକେଟ ଦିଆଯିବ ବୋଲି ଏମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମୋତେ ଲୋକହସା କଲେ। ଏବେ ମୋ ସ୍ଥାନରେ ଆଉ କାହାକୁ ନିର୍ବାଚନ ଲଢ଼ାଇବେ ବୋଲି କହୁଛନ୍ତି।