ନୂଆଦିଲ୍ଲୀ: ହୋମ ଆଇସୋଲେସନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ସାମାନ୍ୟ ଲକ୍ଷଣ ଓ ଲକ୍ଷଣହୀନ ହୋମ ଆଇସୋଲେସନରେ ରହିପାରିବେ। ୬୦ରୁ ଉର୍ଦ୍ଧ୍ୱ ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ହୋମ ଆଇସୋଲେସନ ଅନୁମତି ମିଳିବ। ଟେଷ୍ଟ ପଜିଟିଭ ଆସିବାର ୭ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ। ୭ଦିନ ଭିତରେ ଲଗାତାର ୩ ଦିନ ଜ୍ୱର ନଆସିଲେ ଆଇସୋଲେସନ ସରିବ। ୭ ଦିନ ଭିତରେ ୩ ଦିନ ଜ୍ୱର ନଆସିଲେ ୭ ଦିନ ପରେ ରିଟେଷ୍ଟ ଅନାବଶ୍ୟକ। ଲକ୍ଷଣହୀନ କଣ୍ଟାକ୍ଟମାନେ ଆଦୌ ଟେଷ୍ଟ କରିବା ଦରକାର ନାହିଁ ବୋଲି ଜଣାପଡ଼ିଛି।