ଅଜଣା ଗାଡ଼ି ଧକ୍କାରେ ବାଇକ ଅରୋହୀ ମୃତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ରୁଣୀମହୁଲ ଛକ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଦେଓଗାଁ ଥାନା ଝରାବାହାଲ ଗାଁର ଗୋବିନ୍ଦ ବଗର୍ତ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗୋବିନ୍ଦ ତାଙ୍କ ସମ୍ପର୍କୀୟଙ୍କୁ ସଇଁନ୍ତଲା ବଡ଼ମାଲ ଛାଡ଼ିବା ପାଇଁ ଆସି ଫେରୁଥିବାବେଳେ ସଇଁନ୍ତଲା ରୁଣୀମହୁଲ ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକେ ଖବର ପାଇ ସଇଁନ୍ତଲା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇଥିଲା। ତେବେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।