ଲଖିମପୁର ଖେରୀ ହିଂସା ମାମଲାରେ ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଏସଆଇଟି

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି। ୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ୧୬ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ତାଲିକାରେ ସାମିଲ କରାଯାଇଛି। । ଏସଆଇଟି ପକ୍ଷରୁ ସିଜେଏମ୍ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି। ଖାସ୍ କଥାଟି ହେଲା, ଉକ୍ତ ଚାର୍ଜସିଟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ଆଉ ଜଣେ ନିକଟତର ବୀରେନ୍ଦ୍ର ଶୁକ୍ଳାଙ୍କ ଉପରେ ମଧ୍ୟ ଅଭିଯୋଗ ଆଗତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ୩ ତାରିଖରେ ଆଶିଷ ମିଶ୍ରାଙ୍କ ସମର୍ଥକ ଓ କୃଷକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସୁନିୟୋଜିତ ଷଡ଼ଯନ୍ତ୍ର ଅନ୍ତର୍ଗତ ଧାରଣା ଦେଉଥିବା କୃଷକଙ୍କ ଉପରେ ଗାଡ଼ି ଗଢ଼ାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।