ଭାରତରେ କରୋନାରେ ୯୯ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କୋଭିଡ-୧୯ ମୁକାବିଲାରେ ନିୟୋଜିତ ୯୯ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇସାରିଛି। ଏ ନେଇ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ(ଆଇଏମଏ) ମୁଖ୍ୟ ଡାକ୍ତର ରାଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସେହିଭଳି ୧ ହଜାର ୩୦୨ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହି କରୋନା ସଂକ୍ରମିତ ଡାକ୍ତରଙ୍କ ମଧ୍ୟରେ ୫୮୬ ଜଣ ଅଭ୍ୟାସକାରୀ ଡାକ୍ତର, ୫୬୬ ଡାକ୍ତର ଓ ୧୫୦ ଜଣ ସର୍ଜନ ଅଛନ୍ତି। ସେହିପରି ମୃତ ଡାକ୍ତରଙ୍କ ମଧ୍ୟରେ ୭୩ ଜଣ ୫୦ ବର୍ଷରୁ ଊର୍ଦ୍ଧ୍ୱ, ୧୯ ଜଣ ୩୫-୫୦ ବର୍ଷର ଓ ୭ ଜଣ ୩୫ ବର୍ଷରୁ କମ ବୋଲି ଜଣାପଡ଼ିଛି।