ଯୁକ୍ତ ୨ ପରୀକ୍ଷା ଖାତା ଦେଖାକୁ କରୋନା କଟକଣାରୁ ବାଦ ଦିଆଯାଉ: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଓ ପରୀକ୍ଷା ଫଳ ପ୍ରକାଶରେ ଯେପରି କୌଣସି ବାଧା ନ ଉପୁଜିବ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଖାତା ଦେଖା କେନ୍ଦ୍ରକୁ ସପ୍ତାହନ୍ତ ସଟଡାଉନ କଟକଣାରୁ ବାଦ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ଜୁନ୍ ୧ରୁ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ କରୋନା କଟକଣା ଯୋଗୁଁ ଏହା ପ୍ରଭାବିତ ହୋଇଛି। ତେଣୁ ଏଥିରେ ଆଉ ବିଳମ୍ବ ନକରି ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ମୂଲ୍ୟାୟନ ପ୍ରକ୍ରିୟାକୁ ନିରନ୍ତର ରଖିବା ପାଇଁ ମୂଲ୍ୟାୟନ କେନ୍ଦ୍ରକୁ ସପ୍ତାହନ୍ତ ସଟଡାଉନ ବେଳେ ଖୋଲା ରଖିବାକୁ ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ଏହା ସହିତ ମୂଲ୍ୟାୟନରେ ସମ୍ପୃକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ କେନ୍ଦ୍ରକୁ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହେବ ସେନେଇ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।